ନ୍ୟୁଜ ଡେକ୍ସ: ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସକାଳ ୮ ଟା ରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ ଦର୍ଶନ ପରେ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ତେବେ ଏଥର ଉଭା ଯାତ୍ରା ପଡୁନଥିବାରୁ ଭକ୍ତମାନେ ଆସନ୍ତାକାଲି ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ।
ସର୍ବସାଧାରଣ ଦର୍ଶନ ଶେଷ ହେବାପରେ ମହାପ୍ରଭୁଙ୍କ ଆଉ ଦର୍ଶନ କରିପାରିବେନି ଭକ୍ତ । ଏହା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି ।ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ, ସୂର୍ଯ୍ୟପୂଜା,ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳଧୂପ ପରେ ରଥ ଆଜ୍ଞାମାଳ ଅପରାହ୍ନ ୪.୧୦ରେ ବିଜେପରେ ରଥଖଳାରୁ ସିଂହଦ୍ଵାର ନିକଟକୁ ଟଣାହେବ ତିନିରଥ ।ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ସେପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ମଝିରେ ଆଉ ଗୋଟିଏ ଦିନ । ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
ତିନି ରଥରେ ଠେକାର ବାଡ଼ ସଂଯୋଗ କାର୍ଯ୍ୟ, ପ୍ରଭା କାର୍ଯ୍ୟ ଶେଷ ହୋଇଛି। ତେବେ ୩ ରଥର ମୁଖ୍ୟ ବିଶ୍ଵକର୍ମା ରଥର ସମସ୍ତ କାର୍ଯ୍ୟ ଶେଷ କରି ଥିବାବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି। ରଥଯାତ୍ରା ବେଳେ ପୁରୀରେ ଭିଡ଼ ଉପରେ ନଜର ରଖିବ ଡ୍ରୋନ୍ । ଟ୍ରାଫିକ୍ ନିୟନ୍ତ୍ରଣ ସହ ଡ୍ରୋନ୍ ମାଧ୍ୟମରେ ପୋଲିସ କଣ୍ଟ୍ରୋଲରୁମ୍କୁ ଆସିବ ଭିଡ଼ ସମ୍ପର୍କିତ ସୂଚନା ।
କେଉଁ ସ୍ଥାନରେ କାହିଁକ ଅଧିକ ଭିଡ଼ ହେଉଛି , ଆଉ ଭିଡ଼କୁ କେମିତି କମାଇ ହେବ ସେନେଇ ପୁରୀ ସହରରେ ଏରିଏଲ୍ ସର୍ଭେ କରିବ ଡ୍ରୋନ୍ । ସେହିଭଳି ରଥଯାତ୍ରା ପୂର୍ବରୁ ପୁରୀରେ ହୋଇଛି ରଥ ଟଣା ମିକଡ୍ରିଲ । ୩ଟି ଗାଡ଼ି କୁ ରଥର ପ୍ରତିକାତ୍ମକ ଭାବେ ନିଆଯାଇ ମକଡ୍ରିଲ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ କେମିତି ହେବ ସୁରକ୍ଷିତ ରଥ ଟଣା ସେନେଇ ପୁରୀ ରିଜର୍ଭ ପଡ଼ିଆରେ , ପୋଲିସ, କେନ୍ଦ୍ରୀୟ ସୁରକ୍ଷା ମିଳିତ ସହଯୋଗରେ ରଥ ଟଣା ମକଡ୍ରିଲ ହୋଇଛି ।
