Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପୁରୀରେ ଟ୍ରାଫିକ୍‌ କଟକଣା କରାଯାଇଛି। ଏଥିସହ ନୌସେନା ଦିବସ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୁଲିସ।

ଭିଆଇପି ଓ ଭିଭିଆଇପିଙ୍କ ଗତିବିଧିକୁ ଲକ୍ଷ୍ୟ ରଖି ପର୍ଯ୍ୟଟକଙ୍କୁ ନେଇ ଅର୍ବାନ୍ ହାଟଠାରୁ ଜିଲ୍ଲା ସ୍କୁଲ୍, ଗୋପାଳ ସ୍ୱାମୀ ଛକ, ଏସ୍ସିଏସ୍ ଛକ ଦେଇ ଟାଉନ୍ ହଲ୍ ପର୍ଯ୍ୟନ୍ତ ଏହି ସଟଲ୍ ସର୍ଭିସ୍ ଯୋଗାଇ ଦିଆଯିବ । ଟାଉନ୍ ହଲ୍ ଛକରୁ କୌଣସି ଯାନବାହନ ସମୁଦ୍ର କୂଳ ଆଡକୁ ଛଡ଼ାଯିବ ନାହିଁ । କେବଳ ପାସ୍ଧାରୀଙ୍କୁ ରେଳ ଷ୍ଟେସନ୍ ପାର୍ଶ୍ଵରୁ ଝାଡ଼େଶ୍ୱରୀ ଛକ ଆଡ଼କୁ ଛଡ଼ାଯିବ ।

କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯିବାକୁ ଚାହିଁଲେ ରେଳ ଷ୍ଟେସନ୍ଠାରୁ ଗୋପାଳ ସ୍ୱାମୀ ଛକ, ଏସ୍ସିଏସ୍ ଛକ ଦେଇ ଟାଉନ୍ ହଲ୍, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ ସର୍ଭିସ୍ ପାଇ ପାରିବେ । ତାଳବଣିଆ ଠାରୁ ଶ୍ରୀମନ୍ଦିର ଯିବାକୁ ଥିବା ଶ୍ରଦ୍ଧାଳୁ ହେଲିପ୍ୟାଡ୍ ଛକରୁ ସଦର ବ୍ଲକ ଅଫିସ୍ ଛକ, ରାମ ମନ୍ଦିର ଛକ, ଘୋଡ଼ା ବଜାର, ଗୋପାଳ ସ୍ୱାମୀ ଛକ, ଏସ୍ସିଏସ୍ ଛକ ଦେଇ ଟାଉନ୍ ହଲ୍, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ୍ ସେବା ନେଇ ପାରିବେ।

Leave a Reply

Your email address will not be published. Required fields are marked *