ନ୍ୟୁଜ ଡେକ୍ସ : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ। ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି। ୧୯ ଜିଲ୍ଲାରେ ପରିବାର ପିଛା ମିଳିବ ଅଧିକ ୫ କେଜି ଚାଉଳ। ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୧୯ ଜିଲ୍ଲାରେ ଏହି ଅତିରିକ୍ତ ଚାଉଳ ବଣ୍ଟନ ହେବ। ଏହି ଯୋଜନା ଅନୁସାରେ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର — ଏହି ତିନି ମାସ ପାଇଁ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦିଆଯିବ।
ଯୋଗାଣ ବିଭାଗ ଦ୍ୱାରା ଜାରି ହୋଇଥିବା ଚିଠି ଅନୁଯାୟୀ, ଏହି ଯୋଜନାର ଲାଭ ୧୯ ଜିଲ୍ଲାର ମୋଟ ୨ କୋଟି ୪୦ ଲକ୍ଷ ହିତାଧିକାରୀ ଏହି ଅତିରିକ୍ତ ଚାଉଳ ବଣ୍ଟନରୁ ଉପକୃତ ହେବେ। ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । ଜିଲ୍ଲାପାଳମାନଙ୍କୁ ନଭେମ୍ବର ୧୦ ମଧ୍ୟରେ ଚାଉଳ ବଣ୍ଟନ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

