Wed. Oct 22nd, 2025

ନ୍ୟୁଜ ଡେକ୍ସ: ଟ୍ରକ-ତୀର୍ଥ ଯାତ୍ରୀ ବସ୍ ଧକ୍କା । ଯେଉଁଥିରେ ୧୦ ଜଣଙ୍କୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ଘଟିଛି ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯେଉଁଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ଟି ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ର ଫେରୁଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *