ନ୍ୟୁଜ ଡେକ୍ସ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତରେ ଅଛନ୍ତି । ସେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ।ଏହି ଗସ୍ତ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଝୀ ବାଟରେ କାଦୁଆ ନିକଟରେ ଅଟକି ଜଣେ ପଇଡ ବ୍ୟବସାୟୀ ଶ୍ରୀଧର ମହାପାତ୍ରଙ୍କ ଠାରୁ ପଇଡ କିଣି ପିଇଥିଲେ ।
ପଇଡ ପିଇବା ସମୟରେ ସେ ଶ୍ରୀଧରଙ୍କ ସହ ଆପଣାପଣି ଦୁଃଖ-ସୁଖ କଥା କହିଥିଲେ । ସେ ବ୍ୟବସାୟ କେମିତି ଚାଲୁଛି, କେତେ ବର୍ଷ ଧରି କରୁଛନ୍ତି ଏବଂ ସରକାରୀ ସୁବିଧା ପାଉଛନ୍ତି କି ନାହିଁ — ଏସବୁ ବିଷୟରେ ସେ ଆଗ୍ରହର ସହିତ ପଚାରିଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଉଥିବା ବେଳେ, ଆଜି ପଇଡା ପିଇବା ସମୟରେ ସେ ଶ୍ରୀଧର ମହାପାତ୍ରଙ୍କୁ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।
