Thu. Oct 23rd, 2025

ନ୍ୟୁଜ ଡେକ୍ସ : ସୋସିଆଲ୍ ମିଡିଆର ରିଲ୍ସ ନିଶା ଆଉ ଥରେ ଏକ ନିର୍ଦୋଷ ଜୀବନ ହାରି ନେଲା। ପୁରୀ ଚନ୍ଦନପୁର ଥାନା ଅଧୀନ ଜାନକାଦେଇପୁର ରେଳ ଷ୍ଟେସନରେ ଘଟିଛି ଏହି ଦୁଃଖଦ ଘଟଣା। ଖବର ଅନୁସାରେ, ଜଣେ ନାବାଳକ ରିଲ୍ସ ତିଆରି କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଜୀବନ ହରାଇଛି।ମୃତକ ନାବାଳକଙ୍କ ପରିଚୟ ବିଶ୍ବଜିତ ସାହୁ, ବୟସ୍‌ ପ୍ରାୟ ୧୭ ବର୍ଷ, ପୁରୀ ମଙ୍ଗଳାଘାଟ ଅଞ୍ଚଳର ରହିବାସୀ ଭାବେ ମିଳିଛି।

ସେ ମା’ ସହିତ ଦକ୍ଷିଣ କାଳୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ରିଲ୍ସ କରିବା ପାଇଁ ଷ୍ଟେସନ ନିକଟରେ ଠିଆ ହୋଇଥିଲେ। ସେତେବେଳେ ଏକ ଦୃତଗାମୀ ଟ୍ରେନ୍ ଆସି ତାଙ୍କୁ ଧକ୍କା ଦେଇଥିଲା ବୋଲି ସାକ୍ଷୀମାନେ କହିଛନ୍ତି।ଘଟଣାସ୍ଥଳକୁ ଚନ୍ଦନପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପୁରୀ ଜିଲ୍ଲା ହସ୍ପିଟାଲକୁ ପଠାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଥ୍ୟ ଅନୁଯାୟୀ, ରିଲ୍ସ କରିବା ଆସକ୍ତି ଏହି ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ।

ଘଟଣାସ୍ଥଳକୁ ଚନ୍ଦନପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପୁରୀ ଜିଲ୍ଲା ହସ୍ପିଟାଲକୁ ପଠାଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଥ୍ୟ ଅନୁଯାୟୀ, ରିଲ୍ସ କରିବା ଆସକ୍ତି ଏହି ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ।ଏହି ଘଟଣା ଆଉଥରେ ସ୍ପଷ୍ଟ କରିଦେଇଛି ଯେ, ଅନଲାଇନ୍ ଖ୍ୟାତି ପାଇଁ ଜୀବନକୁ ଝୁମ୍ପି ଦେବା କେତେ ଭୟାନକ ପରିଣାମ ନେଇଆସିପାରେ।

Leave a Reply

Your email address will not be published. Required fields are marked *