ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶର ଚନ୍ଦୌଲିରେ ନିକଟରେ ଏକ ଅଜବ ଘଟଣା ଘଟିଛି । ସେଠାରେ ଏକ ବିବାହ ସମାରୋହରେ ରୁଟି ପରଷାଯିବାରେ ବିଳମ୍ବ ହେବାରୁ ବର ଏତେ ରାଗିଗଲେ ଯେ ବାହା ହେବାକୁ ସିଧା ମନା କରିଦେଲେ । ସେହି ରାତିରେ ସେ ନିଜ ସଂପର୍କୀୟା ଅନ୍ୟ ଜଣେ ଝିଅଙ୍କୁ ବିବାହ ବି କଲେ । ଏହାପରେ କନ୍ୟା ପକ୍ଷ ପୁଲିସର ଦ୍ୱାରସ୍ଥ ହୋଇଥିବା ସାମ୍ନାକୁ ଆସିଛି । ମେହେତାବ ନାମକ ଜଣେ ବ୍ଯକ୍ତିଙ୍କ ବିବାହ ହେଉଥିଲା।
ବରପକ୍ଷ ଧୁମଧାମରେ ବିବାହ ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ କନ୍ଯା ପକ୍ଷରୁ ଭୋଜିରେ ଖାଇବା ବିଳମ୍ବ ହେବାରୁ ବର ରାଗିଯାଇ ପରିବାର ସହ ଫେରି ଯାଇଥିଲେ। ସୂଚନା ଅନୁଯାୟୀ, ଏହି ବିବାହ ପାଇଁ ସାତ ମାସ ପୂର୍ବରୁ ଯୋଜନା କରାଯାଇଥିଲା। ଡିସେମ୍ବର ୨୨ରେ ପାରମ୍ପାରିକ ରୀତିନୀତିରେ ବିବାହ ଆରମ୍ଭ ହୋଇଥିଲା। କନ୍ଯା ପରିବାର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ରାତ୍ରୀ ଭୋଜନ ପୂର୍ବରୁ ସେମାନଙ୍କୁ ମିଠା ପରିବେଷଣ କରିଥିଲେ। କିନ୍ତୁ ପରେ ବର ପକ୍ଷ ସେମାନଙ୍କୁ ରୁଟି ପରଷିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଝଗଡ଼ା କରିଥିଲେ।ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ସତ୍ବେ ବର ପକ୍ଷ କନ୍ଯା ପରିବାରକୁ ଦାୟୀ କରି କ୍ରୋଧରେ ବିବାହ ସ୍ଥଳୀ ଛାଡିଥିଲେ। ଏପରିକି ବର ଅନ୍ୟତ୍ର ସ୍ଥାନରେ ଜଣେ ମହିଳାଙ୍କୁ ବିବାହ କରିବାକୁ ପଛାଇ ନଥିଲେ। ସେପଟେ ବର ମେହତାବ ଏହା ଶୁଣି ଅସନ୍ତୁଷ୍ଟ ହୋଇଗଲେ । ସେ ବିବାହ କରିବାକୁ ମନା କରିବା ସହିତ ବରଯାତ୍ରୀଙ୍କୁ ନେଇ ସେଠାରୁ ପଳାଇଗଲେ । କିଛି ଘଣ୍ଟା ପରେ ମେହତାବଙ୍କର ବିବାହ ତାଙ୍କର ଜଣେ ସଂପର୍କୀୟାଙ୍କ ସହିତ ଅନୁଷ୍ଠିତ ହୋଇଥିଲା । ଏହାପରେ କନ୍ୟା ପକ୍ଷ ଡିସେମ୍ବର ୨୪ ତାରିଖରେ ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ ।
କନ୍ୟା ପକ୍ଷ ଅନୁସାରେ, ପ୍ରାୟ ୨୦୦ ବରଯାତ୍ରୀ ଆସିଥିଲେ । ସେମାନଙ୍କ ଲାଗି ଖାଦ୍ୟପେୟର ବ୍ୟବସ୍ଥା ବାବଦରେ ବେଶ୍ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଛି । ସେପଟେ ୧.୫ ଲକ୍ଷ ଟଙ୍କା ଯୌତୁକରେ ବି ଦିଆଯାଇଥିଲା । ସବୁକୁ ମିଶାଇଲେ ପ୍ରାୟ ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହାଛଡ଼ା ସେମାନେ ମାନସିକ ଭାବେ ଗଭୀର ଆଘାତ ପାଇବା ସହିତ ସେମାନଙ୍କର ସାମାଜିକ ପ୍ରତିଷ୍ଠାକୁ ମଧ୍ୟ କ୍ଷତି ପହଞ୍ଚିଛି । ତେଣୁ ବରପକ୍ଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଥିଲେ । ପୁଲିସ ଏହି ମାମଲାରେ ହସ୍ତକ୍ଷେପ କରି ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇଥିବା ସୂଚନା ମିଳିଛି ।
