Sun. Feb 22nd, 2026

ନ୍ୟୁଜ ଡେକ୍ସ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ହଟାତ୍ ଝାଡାବାନ୍ତି ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ୧୫ରୁ ଅଧିକ ଛାତ୍ର ଏହି ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଛାତ୍ରମାନଙ୍କୁ ଆଜି ସକାଳେ ସହପାଠୀମାନେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ଏସସିବିର ମେଡିସିନ ବିଭାଗର ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ଖବର ପାଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ କର୍ମଚାରୀମାନେ ମେଡିକାଲକୁ ପହଁଚି ଅସୁସ୍ଥ ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି।ଏହି ଘଟଣା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ହୋଇ, ଏକ ବିଶେଷ ଟିମ୍‌କୁ ରେଭେନ୍ସାକୁ ପଠାଇଛି। ସେମାନେ ସ୍ଥିତି ଅନୁଧ୍ୟାନ ସହ ହଷ୍ଟେଲ ଏବଂ ପାଣି ଯୋଗାଣ ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ଦୂଷିତ ପାଣି କିମ୍ବା ଖାଦ୍ୟ ସେବନ କରି ଛାତ୍ରମାନେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ। ତଥାପି ନିଜୁକ୍ତ ଅଧିକାରୀମାନେ ସଠିକ୍ କାରଣ ଖୋଜିବାରେ ବ୍ୟସ୍ତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏବେ ସମସ୍ତ ହଷ୍ଟେଲରେ ପାଣି ଏବଂ ଖାଦ୍ୟର ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆକ୍ରାନ୍ତ ଛାତ୍ରମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମେଡିକାଲ ଟିମ୍ ନିକଟ ନଜର ରଖିଛି।

Leave a Reply

Your email address will not be published. Required fields are marked *