Fri. Jan 10th, 2025

ନ୍ୟୁଜ ଡେକ୍ସ: ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର । ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍‌ । ଆଜି ସକାଳେ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଟ୍ରାକ୍ ଉପରେ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିଥିଲା।

ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଫଳରେ ସେହି ରୁଟ୍ ଦେଇଯିବାକୁ ଥିବା ରାଉରକେଲା ଇଣ୍ଟରସିଟି ଲକ୍ଷ୍ମୀପୁରରେ ଅଟକି ରହିଥିଲା। ମରାମତି ପରେ ୨ ଘଣ୍ଟା ବିଳମ୍ବରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ଟ୍ରେନ। ସେହିପରି ହୀରଖଣ୍ଡ ଏକ୍ସପ୍ରେସ୍ ବି ୨ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ବେଳେ ସମେଲେଶ୍ୱରୀ ଓ DMU ଅଢେଇ ଘଣ୍ଟା ବିଳମ୍ବରେ କୋରାପୁଟ ଛାଡ଼ିଛି।

ଫଳରେ ଲକ୍ଷ୍ମୀପୁରରେ କିଛି ଟ୍ରେନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ସପଟେ ରାଉରକେଲା ଇଣ୍ଟରସିଟି -ସିଙ୍ଗାରାମରେ ହୀରାଖଣ୍ଡ ଓ କୋରାପୁଟରେ ସମଲେଶ୍ବରୀ ଏକ୍ସପ୍ରେସ ଅଟକି ରହିଛି । ଖବର ପାଇ ବିଦ୍ୟୁତ କର୍ମଚାରୀ ଏବଂ ରେଲୱେ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *