ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ। ସାରା ରାଜ୍ୟରେ ଦିନ ୨ ଟା ୧୬ ସୁଦ୍ଧା ମେରୀ ଲାଇଫ୍ ପୋର୍ଟାଲରେ ଅପଲୋଡ୍ ହୋଇଥିବା ଚାରା ସଂଖ୍ୟା ୧ କୋଟି ୪ ହଜାର ୪୦୯। ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବେ ବୋଲି ଲକ୍ଷ୍ୟ ରଖିଥିଲେ ସରକାର ।
ହେଲେ ଏହି ସଂଖ୍ୟାରେ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି ।ବୃକ୍ଷରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ । ତେବେ ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ଼ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ବିକାଶ ପୁରୁଷ ତଥା ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଜନ୍ମଦାତୀ ମା’ଙ୍କ ସ୍ମୃତିରେ ଗଛଟିଏ ଲଗାନ୍ତୁ, ଏବଂ ସେହି ଗଛଟିକୁ ନିଜ ପରିବାରର ସଦସ୍ୟ ଭଳି ଦେଖାଶୁଣା କରନ୍ତୁ। ଗଛ ଯେପରି ଫୁଲ, ଫଳ ଧରି ଆପଣଙ୍କ ପରିଶ୍ରମକୁ ସାର୍ଥକ କରିବ।
