ନ୍ୟୁଜ ଡେକ୍ସ: ଅପରାଧ ଜଗତର ବାଦଶାହ କୁହାଯାଉଥିବା ଲରେନ୍ସ ବିଷ୍ଣୋଇ ଏବେ ରାଜନୀତିରେ ପାଦ ଥାପିବ । ନିର୍ବାଚନ ଲଢିବ ଲରେନ୍ସ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ ଦେଇପାରିବ । ଆଉ ଦଳ ବି ପ୍ରାଣପ୍ରଣେ ଚେଷ୍ଟା କରିବ ତାକୁ ଜିତେଇବାକୁ ।
ଏହି ଦଳ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଶହୀଦ-ଏ-ଆଜମ ସର୍ଦ୍ଦାର ଭାଗବତ ସିଂଙ୍କ ସହ ତୁଳନା କରିଛନ୍ତି। ଦଳ ତାଙ୍କ ବିବୃତ୍ତିରେ କହିଛି ଯେ ଆମର କର୍ମୀ ଏବଂ ଅଧିକାରୀମାନେ ତାଙ୍କୁ ଜିତାଇବାକୁ ଚେଷ୍ଟା କରିବେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଲରେନ୍ସଙ୍କୁ ଏକ ରାଜନୈତିକ ଦଳ ପକ୍ଷରୁ ଏକ ଅଫର ମିଳିଛି। ସେ ବର୍ତ୍ତମାନ ଅହମ୍ମଦାବାଦ ସାବରମତି କେନ୍ଦ୍ରୀୟ ଜେଲରେ ଅଛନ୍ତି। ଉତ୍ତର ଭାରତୀୟ ବିକାଶ ସେନା (UBVS) ତାଙ୍କୁ ଏହି ଅଫର ଦେଇଛନ୍ତି। ପାର୍ଟି ସଭାପତି ସୁନୀଲ ଶୁକ୍ଲା ମଧ୍ୟ ଲରେନ୍ସ ବିଷ୍ଣୋଇଙ୍କୁ ଏକ ଚିଠି ଲେଖିଛନ୍ତି।
ୟୁବିଭିଏସ ସଭାପତି ସୁନୀଲ ଶୁକ୍ଲା ତାଙ୍କ ବିବୃତ୍ତିରେ କହିଛନ୍ତି, ମୁମ୍ବାଇ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଉତ୍ତର ଭାରତୀୟ ବିକାଶ ସେନାର ୪ଜଣ ପ୍ରାର୍ଥୀଙ୍କ ନାମ ଫାଇନାଲ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଅନୁମୋଦନ ପରେ ଆଉ ୫୦ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇଙ୍କ ନିକଟରେ ଆମେ ଶହୀଦ ଭାଗବତ ସିଂଙ୍କୁ ଦେଖୁ।