Sun. Feb 22nd, 2026

ନ୍ୟୁଜ ଡେକ୍ସ: ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ମାମଲା ତଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା।

ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାର ଆଧାରରେ ଭିଜିଲାନ୍ସ ଆଜି ଥାନା ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଛି।

Leave a Reply

Your email address will not be published. Required fields are marked *