Sat. Feb 21st, 2026

ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଲା। ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ସଂପୃକ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି।

ବୈଠକରେ ମନ୍ଦିର ପ୍ରଶାସନର ଆର୍ଥିକ ବଜେଟ୍, ଖାଲି ଥିବା ପଦବୀଗୁଡ଼ିକ ପୂରଣ, ନୂତନ ପଦବୀ ସୃଷ୍ଟି, ଏବଂ ରତ୍ନଭଣ୍ଡାର ସମ୍ପର୍କିତ ପରବର୍ତ୍ତୀ ପର୍ଯ୍ୟାୟ କାର୍ଯ୍ୟକ୍ରମ ନିୟେ ଗଭୀର ଚର୍ଚ୍ଚା ହୋଇଥିଲା। ସେହିପରି, ଓବିସିସି (OBCC) ଦ୍ୱାରା ଚାଲୁଥିବା ସମସ୍ତ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଣବ କୁମାର ପାତ୍ର ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକୁ ଆହୁରି ପ୍ରାଜ୍ଞ, ପାରଦର୍ଶୀ ଏବଂ ଶ୍ରୀଜିଉଙ୍କ ମହିମା ଅନୁଯାୟୀ କରିବା ପାଇଁ ଆଗାମୀ ଦିନର କାର୍ଯ୍ୟୟୋଜନା ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *