ନ୍ୟୁଜ ଡେକ୍ସ: ଆଜିଠୁୁ ଖୋଲିବ ନୂଆ ରାସନ କାର୍ଡ ପାଇଁ ପୋର୍ଟାଲ । ବାଦ୍ ପଡ଼ିଥିବା ଓ ଜମାରୁ ନ ଥିବା ହିତାଧିକାରୀ ରାସନକାର୍ଡ ନିମନ୍ତେ ଆବେଦନ କରିପାରିବେ । ଅଦ୍ୟାବଧି ୪ ଲକ୍ଷ ମୃତକଙ୍କ ନାମରେ ଥିବା ରାସନକାର୍ଡ କଟି ସାରିଲାଣି । ଆଗକୁ ସର୍ଭେ ହେବ । ସବୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ ।
ଶୂନ୍ୟ ଆୟକର ଦେଉଥିବା ବ୍ୟକ୍ତିଙ୍କ ରାସନକାର୍ଡ ସର୍ଭେ ହେବ । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ସମୀକ୍ଷା ବୈଠକ ହେଉଛି, ସମ୍ବଲପୁରରେ ମଧ୍ୟ ହୋଇଛି । ଧାନ ସଂଗ୍ରହ କେମିତି ହୋଇଛି, ଅଧିକାରୀମାନଙ୍କ ସହଯୋଗ କିପରି ରହିଛି, କେତେ ପରିମାଣର ଧାନ ସଂଗ୍ରହ ହୋଇଛି, ଆଉ କଣ କରିଥିଲେ ଚାଷୀ ଅଧିକ ଉପକୃତ ହୋଇଥାନ୍ତେ ସେନେଇ ଆଲୋଚନା ହୋଇଛି ।ରାଜ୍ୟରେ ୯୨% ଇ-କେୱାଇସି ଶେଷ ହୋଇଛି । ଏବେ ନୂଆ ରାସନ କାର୍ଡ ଦିଆଯିବା ପ୍ରକ୍ରିୟା ଆରମ୍ଭ ହେବ ।
ସର୍ଭେ କରିବା ପରେ ନୂଆ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଖରିଫ୍ ଭଳି ରବି ଋତୁରେ ମଧ୍ୟ ଚାଷୀଙ୍କୁ ଅତିରିକ୍ତ ବୋନସ୍ ପ୍ରଦାନ କରାଯିବ । କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ହିସାବରେ ଧାନ କ୍ରୟ କରାଯିବ । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଚାଷୀ ବିଶେଷ ଉପକୃତ ହେବେ । ଜଳସେଚିତ ଅଞ୍ଚଳରେ ରବି ଋତୁରେ ଧାନ ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇବେ।
