Sun. Feb 22nd, 2026

ନ୍ୟୁଜ ଡେକ୍ସ:ରାଜ୍ୟରେ ଶନିବାର ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଆସନ୍ତା ଜୁନ ୩୦ ତାରିଖ ଯାଏ ଏହି ଆବେଦନ ଚାଲିବ । ସାମ୍ସ ପୋର୍ଟାଲରେ www.samsodisha.gov.in ଛାତ୍ରଛାତ୍ରୀ ଆବେଦନ କରିବେ ।

ସୂଚନା ଅନୁଯାୟୀ, ଜୁଲାଇ ୭ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଜୁଲାଇ ୮ରୁ ୧୪ ଯାଏଁ ନାମଲେଖା ପରେ ଜୁଲାଇ ୨୪ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ ବୋଲି ଜଣାପଡିଛି। ନିକଟରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। ମୋଟ ପାସ ହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଛି।

ସେହିପରି ଚଳିତ ବର୍ଷ ମେ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ତେବେ ପାସ ହାର ୯୪.୯୩ ପ୍ରତିଶତ ରହିଥିଲା। ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଥିଲା। ପୁଅଙ୍କ ପାସ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୯୬ ପ୍ରତିଶତ ଥିଲା।

Leave a Reply

Your email address will not be published. Required fields are marked *