Thu. Oct 23rd, 2025

ନ୍ୟୁଜ ଡେକ୍ସ : ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । କଟକ ସହର ସମସ୍ୟା ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି ।

ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି। ଇଲେକ୍ଟ୍ରି ଗେଟ ନିର୍ମାଣ ଉପରେ ବି କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ ନିର୍ମାଣ ଅନୁମତି ନେବାକୁ କହିଲେ ହାଇକୋର୍ଟ। ସେହିପରି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ଅନୁମତି ଦିଆଯାଇଛି।ଅନ୍ୟପଟେ ଦଶହରା ପରେ ମୂର୍ତ୍ତି ବିସର୍ଜନ ପାଇଁ କଟକର ଦେବୀଗଡା ଏକ ସ୍ଵତନ୍ତ୍ରତା ବହନ କରିଥାଏ। ପ୍ରତ୍ୟେକ ବର୍ଷ ଦେବୀଗଡାରେ ଅସ୍ଥାୟୀ ଜଳାଶୟ ସୃଷ୍ଟି କରି ମୂର୍ତ୍ତି ବିସର୍ଜନ କରାଯାଇଥାଏ।

କିନ୍ତୁ ଚଳିତ ବର୍ଷ ଏଠାରେ ଦୁଇଟି ସ୍ଥାୟୀ ଜଳାଶୟ ନିର୍ମାଣ କରାଯିବା ପାଇଁ ଯୋଜନା ରଖାଯାଇଛି। ଏହାସହିତ ଦେବୀଗଡ଼ାର ପରିମଳ, ଆଲୋକିକରଣ ପ୍ରଭୁତି ବ୍ୟବସ୍ତା ଗୁଡ଼ିକୁ ଭସାଣି ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ଆଜି ସିଏମସିର ଏକ ଟିମ୍ ଦେବୀଗଡା ପରିଦର୍ଶନ କରିଛନ୍ତି। କଟକ ମହାନଗର ନିଗମର କମିଶନରଙ୍କ ସମେତ ମେୟର, କର୍ପୋରେଟର, ସ୍ବାସ୍ଥ୍ୟ କମିଟି ଅଧକ୍ଷା, ପୂଜା କମିଟି ସଦସ୍ୟ ପ୍ରଭୁତି ଦେବୀଗଡାର ସ୍ଥିତି ଅନୁଧ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *