Thu. Oct 23rd, 2025

ନ୍ୟୁଜ ଡେକ୍ସ: ରଥଯାତ୍ରା ଦଳାଚକଟା ନେଇ ପ୍ରତିକ୍ରିୟା ରଖିଛନ୍ତି ଉନ୍ନୟନ କମିଶନର ତଥା ପୁରୀ ଅଘଟଣ ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗ ।ଉନ୍ନୟନ କମିଶନର କହିଛନ୍ତି, ଜନସାଧାରଣଙ୍କ ନିକଟରେ ଦଳାଚକଟା ସମୟର ଯାହା ଭିଡିଓ କି ତଥ୍ୟ ଅଛି ତାହା ଆମକୁ ପ୍ରଦାନ କରନ୍ତୁ ।

ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ । ଯାହାକି ତଦନ୍ତରେ ସହଯୋଗ କରିବ । ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ । ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ।ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି।

ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି। ଏହି ତଥ୍ୟଗୁଡ଼ିକ ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ସହାୟକ ହେବ ବୋଲି ଅନୁ ଗର୍ଗ ଆଶା କରିଛନ୍ତି।

Leave a Reply

Your email address will not be published. Required fields are marked *