Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ତୁରନ୍ତ ବ୍ୟାପକ ତଦନ୍ତ କରାଯାଉ ବୋଲି ଗଜପତି କହିଛନ୍ତି । ଘଟଣାର ପୁନରାବୃତ୍ତି ନହେବା ନେଇ ପଦକ୍ଷେପ ନିଆଯାଉ ।

ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସୂଚନା ଥାଉକି ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ରବିବାର ସକାଳେ ଦଳାଚକଟା ଘଟି ଦୁଇ ମହିଳା ସମେତ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଛଅ ଜଣ ଆହତ ହୋଇଥିଲେ।

ଘଟଣାଟି ଭୋରୁ ୪.୨୦ ସମୟରେ ଘଟିଥିଲା ଯେତେବେଳେ ଭକ୍ତଙ୍କ ଭିଡ଼ ଭିତରେ ୨ଟି ଚାର କାଠ ବୋଝେଇ ଟ୍ରକ ପଶିଥିଲା । ଟ୍ରକ ପଶିବା ଯୋଗୁ ଠେଲାପେଲା ହୋଇଥିଲା। ଏଥିସହିତ ପହୁଡ ଶେଷ ହେବା ପରେ କୌଣସି ଘୋଷଣା କରାଯାଇନଥିଲା । ଫଳରେ ଲୋକଙ୍କ ମଧ୍ୟରେ ଠାକୁରଙ୍କୁ ଦେଖିବା ପାଇଁ ଦଳଚକଟା ପରି ସ୍ଥିତି ଉପୁଜିଥିଲା ।

Leave a Reply

Your email address will not be published. Required fields are marked *