ନ୍ୟୁଜ ଡେକ୍ସ : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୋରାପୁଟ ଗସ୍ତର ଦ୍ବିତୀୟ ଦିନ। କୋରାପୁଟଠାରେ ନୂତନ ନିର୍ମାଣଧୀନ ୬୫୦ ବେଡ଼ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ।
ପରେ କୋରାପୁଟ ଡିଏଭି ମହାବିଦ୍ୟାଳୟରେ ସାଧାରଣ ସଭାରେ ଯୋଗଦେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ବୟୋ ବନ୍ଧନ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ।ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବାରେ ବଡ଼ ସହାୟକ ହେବ। ବର୍ତ୍ତମାନ ହସ୍ପିଟାଲରେ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି।
କିନ୍ତୁ ବେଡ୍ ଅଭାବ ହେତୁ ଅନେକ ରୋଗୀ ବ୍ରହ୍ମପୁର, ଭୁବନେଶ୍ୱର, କଟକ କିମ୍ବା ବିଶାଖାପାଟଣା ଯାଉଛନ୍ତି।ନୂଆ କୋଠା ଯୋଗୁଁ ସ୍ଥାନୀୟ ସ୍ତରରେ ଉନ୍ନତ ଚିକିତ୍ସା ମିଳିପାରିବ। ସ୍ଥାନୀୟ ଲୋକେ ଆଶା କରୁଛନ୍ତି, ଏହା ସହ ଅଧିକ ଡାକ୍ତର ନିଯୁକ୍ତି ହେବ। ଦୀର୍ଘ ଦିନରୁ ଖାଲି ଥିବା ପଦବୀ ପୂରଣ ହେବ ଓ ସେବାରେ ଉନ୍ନତି ହେବ।ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ମାଝୀ କୋରାପୁଟ ସରକାରୀ କଲେଜ ମୈଦାନରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି।
