ନ୍ୟୁଜ ଡେକ୍ସ : ଶାରଦୀୟ ଦୁର୍ଗାପୂଜାର ଖୁସିକୁ ମଳିନ କରିଦେଲା ଏକ ଭୟଙ୍କର ସଡକ ଦୁର୍ଘଟଣା । ଓଡ଼ଗାଁ ଥାନା ଅଧୀନ ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଓ ବାଇକ୍ ମଧ୍ୟରେ ହୋଇଥିବା ମୁହାଁମୁହିଁ ଧକ୍କାରେ ୩ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ପ୍ରତ୍ୟକ୍ଷଦର୍ଶୀମାନଙ୍କ କଥାନୁସାରେ, ଧକ୍କା ଏତେ ଭୟାବହ ଥିଲା ଯେ ଦୁଇଟି ବାଇକ୍ ପ୍ରାୟ ୧୦ ଫୁଟ ଉପରକୁ ଉଠି ପଡ଼ିଥିଲା ଏବଂ ଯାନଦୁଇଟି ଚୁରମାର ହୋଇଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସ ସହଯୋଗରେ ଆହତମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଦେଇଥିଲେ ।
ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା କରସିଙ୍ଗିର ଅଞ୍ଚଳର ସିଲୁ (୨୫) , କେନ୍ଦ୍ରାପଡା ଅଞ୍ଚଳର ସନ୍ତୋଷ ରାଉତ(୩୫) ଏବଂ ଓଡଗାଁ ଥାନା ବାଣ୍ଠପୁର ପଞ୍ଚାୟତ ଚେମେଡିର ଅଞ୍ଚଳର ମୋହନ ବାରିକ(୨୮) ।
