ନ୍ୟୁଜ ଡେକ୍ସ: ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର । ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ । ମୃତକ ହେଲେ କୋତ୍ତମ ଗ୍ରାମର କାଳିଆ ନାୟକ । ଥାନାରେ ୪ ଜଣଙ୍କୁ ଅଟକ ରଖି ଛାନ୍ଭିନ୍ କରୁଛି ପୋଲିସ ।
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ସେକ୍ସନ କଦଳିପାଳ ମାନପୁର ଜଙ୍ଗଲରେ ଏଭଳି ଘଟଣା ଘଟିଛି । ମୃତକ ହେଉଛନ୍ତି ବାବୁଲି ନାଏକ। ଗତକାଲି ବିଳମ୍ବିତ ରାତିରେ ୫ଜଣ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। ସେଠାରେ ପ୍ରଶାନ୍ତ ଶିକାର ଉଦ୍ଦେଶ୍ୟରେ ଗୁଳି ଚଳାଇଥିଲା। ହେଲେ ଗୁଳିରେ ବାବୁଲା ଟଳି ପଡ଼ିଥିଲା। ଖବର ଜଣାପଡିବା ପରେ ଗାଁରେ ଆଲୋଡନ ସୃଷ୍ଟି ହୋଇଛି।
ମୃତଦେହକୁ ଜବତ କରି ହିନ୍ଦୋଳ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାଏକଙ୍କୁ ଘରୁ ଉଠାଇ ନେବା ସହ ପଚରାଉଚରା କରୁଛି ପୋଲିସ। ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ପୋଲିସ।
