Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏବେ ରାଜ୍ୟ ବୋର୍ଡ ଅଧୀନରେ ହାଇସ୍କୁଲ ସାର୍ଟିଫିକେଟ, ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକାସାଥି ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।

ଏଥିରେ ମୋଟ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ଓ ଓଏମଆର ସିଟ୍‌ଗୁଡିକୁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରୁ ୩୨୨ଟି ନୋଡାଲ ସେଣ୍ଟରକୁ କଡା ସୁରକ୍ଷା ବଳୟରେ ପଠାଯାଇଛି ଏବଂ ସମସ୍ତ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନ୍ସ କରାଯାଇଛି।ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ସ୍ଥାପିତ କରାଯାଇଛି, ଯାହା ମାଧ୍ୟମରେ ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ନଜର ରଖାଯିବ।

ପରୀକ୍ଷା ସୂଚୀ ଅନୁଯାୟୀ ୧୯ ଫେବୃଆରୀରେ ପ୍ରଥମ ଭାଷା ପରୀକ୍ଷା ହେବ। ସମସ୍ତ ପରୀକ୍ଷା ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ହେବ ଓ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ସମୟ ଦିଆଯିବ। ନକଲ ରୋକିବା ପାଇଁ ରାଜ୍ୟ ସ୍ତରରେ ୩୭ଟି ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ଗଠନ କରାଯାଇଛି। ୧୯ ତାରିଖରୁ ଆରମ୍ଭ ହୋଇ ୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ।

Leave a Reply

Your email address will not be published. Required fields are marked *