Sat. Jul 26th, 2025

ନ୍ୟୁଜ ଡେସ୍କ: ଶିମିଳିପାଳକୁ ଆସିବେ ନୂଆ ଅତିଥି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ସୂଚନା ମିଳିଛି । ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ବାଘ ମାନଙ୍କୁ ଆଣିବାର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଛନ୍ତି ।

ଏହି ଦଳ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ସହ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ପିସିସିଏଫ୍ । ପୂର୍ବରୁ ଶିମିଳିପାଳ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି NTCA ସ୍ପଷ୍ଟ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ଅଣା ଯାଉଥିବା ସ୍ପଷ୍ଟ କରିଛନ୍ତି PCCF। ଏଥିପାଇଁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ୨୮ଟି ବାଘ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *