Thu. Feb 26th, 2026

ନ୍ୟୁଜ ଡେକ୍ସ : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଜି ଠାରୁ ଅଖିଳ ଭାରତୀୟ ବ୍ୟାଘ୍ର ଆକଳନ–୨୦୨୬ ପ୍ରକ୍ରିୟା ଔପଚାରିକ ଭାବे ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟି (NTCA) ଜାରି କରିଥିବା ନିୟମାବଳୀକୁ ଆଧାର କରି ଏହି ଗଣନା କାର୍ଯ୍ୟକ୍ରମକୁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି।ଗଣନା ପ୍ରକିୟା ଦୁଇଟି ପ୍ରଧାନ ପର୍ଯ୍ୟାୟରେ ସମ୍ପନ୍ନ ହେବ।

ପ୍ରଥମ ପର୍ଯ୍ୟାୟରେ ଅଭୟାରଣ୍ୟ ଭିତରେ ବ୍ୟାଘ୍ରଙ୍କ ଗତିବିଧି ଥିବା ବିଭିନ୍ନ ଅଞ୍ଚଳରେ ପାଦଛାପ, ମଳ, ଖୋଁଖାମାରା, ଓ ଅନ୍ୟାନ୍ୟ ସ୍ୱାଭାବିକ ଚିହ୍ନ ସଂଗ୍ରହ କରାଯାଉଛି। ଏହା ପରେ ଟ୍ରାନ୍ଜିଟ ଲାଇନ୍ ପକାଇ ଅଞ୍ଚଳ ଆକଳନ କରାଯାଉଛି।ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗଣନା କାମ ଚାଲିଥାଏ। ଏଥିରେ ତାଲିମପ୍ରାପ୍ତ ବନ ଅଧିକାରୀମାନଙ୍କ ସହ ଶିମିଳିପାଳର ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି। ଦକ୍ଷିଣ ଶିମିଳିପାଳର ୧୦୩ଟି ବିଟ୍ ଅଞ୍ଚଳରେ ୧୦୩ଟି ଟିମ୍‌କୁ ନିୟୋଜିତ କରାଯାଇଛି।ଏହି ପର୍ଯ୍ୟାୟ ସମ୍ପନ୍ନ ହେବା ପରେ ଡିସେମ୍ବର ପ୍ରଥମ ସପ୍ତାହରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ଶିମିଳିପାଳ ଅଭୟାରଣ୍ୟ ଭିତରର ବିଭିନ୍ନ ସ୍ଥାନରେ ମୋଟ ୧୫୦୦ କ୍ୟାମେରା ଟ୍ରାପ୍ ଲଗାଯାଇ ବ୍ୟାଘ୍ରଙ୍କ ଗତିବିଧିକୁ ରେକର୍ଡ କରାଯିବ।ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ବ୍ୟାପକ ଆକଳନ ପ୍ରକିୟାରେ ବ୍ୟାଘ୍ର ସଂଖ୍ୟା, ସେମାନଙ୍କ ଚଳପ୍ରଚଳ ଓ ବିସ୍ତାର ବାବଦରେ ସଠିକ ତଥ୍ୟ ମିଳିବ, ଯାହା ଭବିଷ୍ୟତର ସଂରକ୍ଷଣ ଯୋଜନା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *