ନ୍ୟୁଜ ଡେକ୍ସ: ଶିମିଳିପାଳରେ କୁମ୍କୀ ହାତୀ ‘ଭବାନୀ’ର ମୃତ୍ୟୁ । ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ ‘ଭାବନୀ’ର ମୃତ୍ୟୁ । ତେବେ ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ ଜାନୁଆରୀ ୧୨ ତାରିଖରେ ଶିମିଳିପାଳରେ ଅନ୍ୟ ଏକ କୁମକୀ ହାତୀ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । କିଛି ଦିନ ହେବ ଭବାନୀ ଅସୁସ୍ଥ ଥିବା ବେଳେ ତା’ର ଚିକିତ୍ସା ଚାଲିଥିଲା ।
କିନ୍ତୁ ଚିକିତ୍ସିତ ଅଭାବରେ ଶେଷରେ ଆଖି ବୁଜିଛି ଭବାନୀ । ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶୋଭା ହାତୀ ପିଠିରେ ବସି କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ। ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା ।ସେହିପରି ପର୍ଯ୍ୟଟକକୁ ପିଠିରେ ବସାଇ ଶିମିଳିପାଳ ଅଭୟାରଣ୍ୟ ବୁଲୁଥିଲା। ଶାନ୍ତପ୍ରିୟ ପ୍ରାଣୀ ଭାବେ ଅତି ପ୍ରିୟପାତ୍ର ରହିଥିଲା ଭବାନୀ। ତେବେ କିଛିଦିନ ଧରି ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁବରଣ କରିଛି।
ତେବେ ଶିମିଳିପାଳ ପାଇଁ ମହିନ୍ଦ୍ରା ସହିତ ଶୋଭାର କର୍ତ୍ତବ୍ୟ ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି। ମଙ୍ଗଳବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ତେବେ ଶିମିଳିପାଳ ସୁରକ୍ଷାରେ ସୈନିକ ସାଜିଥିବା ଶୋଭା,ମହିନ୍ଦ୍ରା ଓ ପରେ ଭବାନୀର ମୃତ୍ୟୁ ହେବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।
