ନ୍ୟୁଜ ଡେକ୍ସ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ବିବାଦର ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି।
ବର୍ତ୍ତମାନ ଏହି ମାମଲାର ଶୁଣାଣି ୬ ଜାନୁଆରୀ ୨୦୨୫ ରୁ ଆରମ୍ଭ ହେବ ଏବଂ ଏହାର ଶୁଣାଣି ଏକ ନୂଆ ଖଣ୍ଡପୀଠଙ୍କ ଦ୍ବାରା କରାଯିବ। ୨ ମାର୍ଚ୍ଚ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ଶୁଣାଣି ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ କରିବେ ବୋଲି କହିଥିଲେ।
ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ।କିନ୍ତୁ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ପାଇଁ ଗଠିତ ପ୍ୟାନେଲରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରିପତିଙ୍କୁ ବାଦ ଦେବା ପାଇଁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି।