Sat. Feb 21st, 2026

ନ୍ୟୁଜ ଡେକ୍ସ : ଶୁଭ କାର୍ଯ୍ୟ ପୂର୍ବରୁ ମୁହଁ ମିଠା କରିବା ଆମ ଦେଶର ଏକ ପୁରାତନ ପରମ୍ପରା। ଏହି ପରମ୍ପରାକୁ ଅନୁସରଣ କରି ରାଜ୍ୟ ବଜେଟ୍ ଉପସ୍ଥାପନ ପୂର୍ବରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ Mohan Charan Majhi ରାଜ୍ୟପାଳ Hari Babu Kambhampatiଙ୍କୁ ସାକ୍ଷାତ କରି ବଜେଟ୍ ୨୦୨୬-୨୭ର ନକଲ ପ୍ରଦାନ କରିଥିଲେ।

ଏହି ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇ ବଜେଟ୍ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଦେଶର ସାଂସ୍କୃତିକ ପରମ୍ପରା ଅନୁଯାୟୀ ଦହି-ଚିନିକୁ ଶୁଭ ଓ ସଫଳତାର ପ୍ରତୀକ ଭାବେ ଦେଖାଯାଏ।କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ମଧ୍ୟ ଏହି ପରମ୍ପରାକୁ ପାଳନ କରୁଛନ୍ତି।

ଚଳିତ ବର୍ଷ କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ Nirmala Sitharamanଙ୍କୁ ରାଷ୍ଟ୍ରପତି Droupadi Murmu ଦହି-ଚିନି ଖୁଆଇ ଶୁଭକାମନା ଜଣାଇଥିଲେ।ଗତ କିଛି ବର୍ଷ ଧରି ବଜେଟ୍ ପୂର୍ବରୁ ଏହି ଶୁଭ ପରମ୍ପରା ପାଳନ ହୋଇଆସୁଛି, ଯାହା ରାଜନୈତିକ ପରିବେଶକୁ ଏକ ସାଂସ୍କୃତିକ ଛୁଆଁ ଦେଇଥାଏ।

Leave a Reply

Your email address will not be published. Required fields are marked *