Wed. Oct 22nd, 2025

ନ୍ୟୁଜ ଡେକ୍ସ : ଶ୍ରୀକ୍ଷେତ୍ର ପୁରୀକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅବସରରେ ଘୋଷଣା କରିଛନ୍ତି ଯେ, ଶ୍ରୀମନ୍ଦିରର ବଡ଼ଦାଣ୍ଡ ସହିତ ଏକ କିଲୋମିଟର ପରିଧି ଯାଏଁ କୌଣସି ମଦ ଦୋକାନ ରହିବନି ।

ସେ କହିଛନ୍ତି, “ଶ୍ରୀକ୍ଷେତ୍ର ପୁରୀ ହେଉଛି ଆମର ଆସ୍ଥାର କେନ୍ଦ୍ରବିନ୍ଦୁ । ଏହାକୁ ନିଶାମୁକ୍ତ କରିବା ସରକାରଙ୍କ ପ୍ରଥମିକତା ।” ଏହା ବ୍ୟତୀତ ମନ୍ତ୍ରୀ କହିଛନ୍ତି ଯେ, ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ ।

ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ନିୟମ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।

Leave a Reply

Your email address will not be published. Required fields are marked *