Sun. Feb 22nd, 2026

ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତ ବର୍ଷ ୧୮ କୋଟିରୁ ଅଧିକ ଟଙ୍କା ଓ ୩ କିଲୋରୁ ଅଧିକ ସୁନା ଦାନ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ବର୍ଷ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ ଟଙ୍କା ଦାନ ସଂଗ୍ରହ ହୋଇଛି। ଏହା ସହିତ ଭକ୍ତମାନେ ୩ କିଗ୍ରା ୪୪୧ ଗ୍ରାମ ୩୦୦ ମିଗ୍ରା ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ ଗ୍ରାମ ୯୫୦ ମିଗ୍ରା ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି।

୧୯୮୧ ରୁ ୨୦୨୪-୨୫ ସୁଦ୍ଧା ମୋଟ ୫୮ କେଜି ୩୧୭ ଗ୍ରାମ ସୁନା ଏବଂ ୧୫୮ କେଜି ୮୩୬ ଗ୍ରାମ ରୁପା ହୁଣ୍ଡିରୁ ସଂଗ୍ରହ ହୋଇଥିବା ବିବରଣୀ ଦିଆଯାଇଛି। ସେହିପରି ୨୦୧୧ ରୁ ୨୦୨୪-୨୫ ମଧ୍ୟରେ ହୁଣ୍ଡି ଏବଂ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଟଙ୍କା ଆଦାୟ ହୋଇଛି। ଭକ୍ତମାନେ ମୁକ୍ତ ହସ୍ତରେ ଜଗାଙ୍କୁ ଦାନ କରୁଥିବାରୁ ମନ୍ଦିରର ଦାନ ଆଦାୟ ପ୍ରତିବର୍ଷ ବୃଦ୍ଧି ପାଉଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *