Mon. Dec 23rd, 2024

ନ୍ୟୁଜ ଡେକ୍ସ: ଇସ୍କନର ଅଦିନିଆ ରଥଯାତ୍ରା ଏବେ ଚାରିଆଡେ ଅସନ୍ତୋଷ ସୃଷ୍ଟି କରିଛି । ବାରଣ ଏବଂ ଚେତାବନୀ ସତ୍ତ୍ବେ ବି ନିଜର ମନମାନି କରୁଛି ଇସ୍କନ । ଆମେରିକାର ହ୍ବିଷ୍ଟେନରେ ଆୟୋଜିତ ହେବାକୁ ଯାଉଥିବା ରଥଯାତ୍ରାରେ ସ୍ନାନ ଯାତ୍ରା ବାତିଲ୍ କରିଥିଲେ ସୁଦ୍ଧା ରଥଯାତ୍ରା ପାଇଁ ଏବେ ପ୍ରସ୍ତୁତି ଜାରି ରଖିଛି ଇସ୍କନ । ଯାହାକୁ ନେଇ ଆଇନର ବାଟ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ଗଜପତି ।

ଏପଟେ ଗଜପତି ମହାରାଜାଙ୍କ ଚେତାବନୀକୁ ଦୃଢ ସମର୍ଥନ ଜଣାଇଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯେଉଁଭଳି ଭାବରେ ସ୍ନାନଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ। ନଚେତ୍ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଏଣେ ମେଘନାଦ ପାଚେରୀକୁ ନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପାଚେରୀରେ ଥିବା ଫାଟ ଅନେକ ଦିନର। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଏଭିକ୍ସନ ସମୟରେ ଏହି ଫାଟ ହୋଇଛି।

ଏ ନେଇ ଏଏସଆଇ କୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ପର୍ମାନେଟ୍ ମରାମତି ପାଇଁ ଏଏସଆଇ ପ୍ରକ୍ରିୟା ଆରମ୍ଭ କରିଛି। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟଗୁଡ଼ିକର ପରମାନେଟ ରିପାଇରିଂ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁଠି ପାଣି ଗଳୁଚି ତାକୁ ନେଇ ମଧ୍ୟ ଗୋଟିଏ ଯୋଜନା ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ସେ ସବୁର କାମ ଖୁବ୍ ଶୀଘ୍ର ଶେଷ ହେବ।

Leave a Reply

Your email address will not be published. Required fields are marked *