Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ଅଟକ ଯୁବକ ଜଣକ ହେଲେ ଭାସ୍କର ସାମନ୍ତ । ତେବେ ପୋଲିସର ସୂଚନା ଅନୁସାରେ ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।

ପୋଲିସ ତାକୁ ଧରିବା ପରେ ସ୍ପାଏ କ୍ୟାମେରାକୁ ଜବତ କରିଥିଲା।ସ୍ପାଏ କ୍ୟାମେରାରେ ଭାସ୍କର ଶ୍ରୀମନ୍ଦିର ଭିତର ଭିଡିଓ ସୁଟିଂ କରିଥିବା ତଦନ୍ତରୁ ଜଣାପଡିଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ସେକ୍ସନ ୩୦(A) ୪C ଅନୁସାରେ ଭାସ୍କରକୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି। ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡିଓ ଓ ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଣୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବା ଉପରେ କଡ଼ା ନଜର ରଖିଛି ପୋଲିସ ।ତେବେ ଅଭିଯୁକ୍ତ ଭାସ୍କର ସାମନ୍ତ କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ନେଇ ମନ୍ଦିର ଭିତର ଭିଡିଓ ସୁଟିଂ କରିଛି ଓ କ’ଣ ଉଦ୍ଦେଶ୍ୟ ରହିଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *