Sat. Feb 21st, 2026

ନ୍ୟୁଜ ଡେସ୍କ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ବିଭିନ୍ନ ଭୋଗର ମାନ ଯାଞ୍ଚ ହେବ।

ପୁରୀ ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ୍ ଇନ୍ସପେକ୍ଟର। ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯିବ। ଏଥିସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ।ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରର ଘିଅର ଶୁଦ୍ଧତା ନେଇ ପ୍ରଶ୍ନ ଉଠିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି। ଏନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *