Wed. Oct 22nd, 2025

ନ୍ୟୁଜ ଡେକ୍ସ : ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବନକଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ଅବସରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଦ୍ୱିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀ ଉପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ କରିବେ। ଏହି ଗୁପ୍ତ ସେବା ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିବ। ନୀତି ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି।ପ୍ରାଚୀନ ପରମ୍ପରା ଅନୁଯାୟୀ, ବନକଲାଗି ନୀତି ସମୟରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗ – ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ଦ୍ୱାରା ସଜାଯାଏ।

ଏହି ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ମହାପ୍ରଭୁଙ୍କ ମୁଖମଣ୍ଡଳ ଅଧିକ ଆକର୍ଷଣୀୟ ଓ ଦିବ୍ୟ ଦେଖାଯାଏ।ଏହି ପବିତ୍ର ସେବା ମହାପ୍ରଭୁଙ୍କ ଗୁପ୍ତ ନୀତିମାନଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ, ସେଥିପାଇଁ ସମସ୍ତ ଭକ୍ତଙ୍କ ଦର୍ଶନ ସମୟିକ ଭାବେ ବନ୍ଦ ରଖାଯିବ। ପରେ ନୀତି ଶେଷ ହେବାପରେ ସାଧାରଣ ଦର୍ଶନ ପୁନରାୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *