Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦୃଷ୍ଟି ଆକର୍ଷଣ ହେବାରୁ ଠାକୁରଙ୍କର ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ଦର୍ଶନରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ।

ଆଜି ରୋଷ ହୋମ ନୀତି ସରି ପରବର୍ତ୍ତୀ ନୀତି ଆରମ୍ଭ ହେବାକୁ ଯିବାବେଳେ ସକାଳ ସାଢେ ୮ଟାରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା । ତେବେ ରକ୍ତ ଛିଟା କେଉଁଠୁ ଆସିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ ।

କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଛି ତାହା ଜଣାପଡିନାହିଁ। ତେବେ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଛି । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *