Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଡ଼ଦେଉଳରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଦେଇଥିବାରୁ ବଡ଼ ମହାସ୍ନାନ ହୋଇଛି । ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ବଡ଼ଦେଉଳର ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବାର ଜଣାପଡିଥିଲା ।

ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା । ଆଉ ଏହି ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥି ଲାଗି କିଛି ସମୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ମଧ୍ୟ ହୋଇଛି ।

ସୂଚନାଥାଉକି, ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡେ, କିଏ ବାନ୍ତି କରିଦିଏ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପଡ଼େ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି।

Leave a Reply

Your email address will not be published. Required fields are marked *