Thu. Mar 5th, 2026

ନ୍ୟୁଜ ଡେକ୍ସ : ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ଗତ ଦେଢ଼ ବର୍ଷ ମଧ୍ୟରେ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍ ନେଇ ପ୍ରବେଶ କରି ଧରାପଡ଼ିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ମୋଟ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଘଟଣାକୁ ନେଇ ସିଂହଦ୍ଵାର ପୋଲିସ ଷ୍ଟେସନ ରେ ୯ଟି ମାମଲା ରୁଜୁ ହୋଇଛି।

ତଥାପି ପ୍ରତିଦିନ ଅନେକ ବ୍ୟକ୍ତି ମୋବାଇଲ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ଆସୁଛି। ଧୁଳିଆ, ଯାତ୍ରୀ ଗୁମାସ୍ତା ଠାରୁ ଆରମ୍ଭ କରି କେତେକ ସେବାୟତ ପର୍ଯ୍ୟନ୍ତ ଖୋଲାଖୋଲି ମୋବାଇଲ ବ୍ୟବହାର କରୁଥିବା ଦୃଶ୍ୟ ଦେଖାଯାଉଛି। ଶ୍ରୀମନ୍ଦିର ସଫେଇ କର୍ମଚାରୀ ଓ କେତେକ ଅଧିକାରୀମାନେ ମଧ୍ୟ ଭିତରେ ମୋବାଇଲ ବ୍ୟବହାର କରୁଥିବା ନଜରକୁ ଆସିଛି। ତଥାପି ପ୍ରତିଦିନ ଅନେକ ବ୍ୟକ୍ତି ମୋବାଇଲ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ଆସୁଛି। ଧୁଳିଆ, ଯାତ୍ରୀ ଗୁମାସ୍ତା ଠାରୁ ଆରମ୍ଭ କରି କେତେକ ସେବାୟତ ପର୍ଯ୍ୟନ୍ତ ଖୋଲାଖୋଲି ମୋବାଇଲ ବ୍ୟବହାର କରୁଥିବା ଦୃଶ୍ୟ ଦେଖାଯାଉଛି। ଶ୍ରୀମନ୍ଦିର ସଫେଇ କର୍ମଚାରୀ ଓ କେତେକ ଅଧିକାରୀମାନେ ମଧ୍ୟ ଭିତରେ ମୋବାଇଲ ବ୍ୟବହାର କରୁଥିବା ନଜରକୁ ଆସିଛି।

ଏହା ସହିତ ଶ୍ରୀମନ୍ଦିର ଓ ପରିସର ମଧ୍ୟରୁ ପୋଲିସ ୧୦ଟି ବେଆଇନ ଡ୍ରୋନ୍ ଜବତ କରିଛି। ଏହି ସମ୍ବନ୍ଧରେ ମଧ୍ୟ ସିଂହଦ୍ୱାର ଥାନାରେ ୧୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨ଟି ମାମଲାର ତଦନ୍ତ ସରିଥିବା ବେଳେ ୮ଟି ମାମଲା ବିଚାରାଧୀନ ଅଛି। ଡ୍ରୋନ୍ ଦ୍ୱାରା ଶ୍ରୀମନ୍ଦିରର ଭିଡିଓ ସୁଟିଂ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡ୍ରୋନ ଉଡ଼ାଣ ବିଷୟରେ ପୋଲିସ ଜାଣିପାରୁଥିବା ଦେଖାଯାଇଛି। ଏନେଇ ପୁରୀ ଏସପି Prateek Singh କହିଛନ୍ତି ଯେ ଶ୍ରୀମନ୍ଦିରର ଚାରି ଦ୍ୱାରରେ ଲଗାଯାଇଥିବା ମେଟାଲ ଡିଟେକ୍ଟର ସକ୍ରିୟ ଅଛି। ମୋବାଇଲ ଓ ଡ୍ରୋନ ଉଡ଼ାଣ ଉପରେ କଡ଼ା ନଜର ରଖାଯାଉଛି।

ଆଗାମୀ ଦିନରେ ମେସିନ ସହିତ ମାନୁଆଲ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯିବାରୁ ମୋବାଇଲ ନେଇ ପ୍ରବେଶ କରୁଥିବା ସଂଖ୍ୟା କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଶ୍ରୀମନ୍ଦିର ଭିତରେ ପୋଲିସ ଓ ସେବାୟତଙ୍କ ମୋବାଇଲ ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯିବା ନେଇ ଗତ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା। ତଥାପି ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଲଗାତାର ଏପରି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *