ନ୍ୟୁଜ ଡେକ୍ସ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ । ନୋ ଫ୍ଲାଇଂ ଜେନ୍ରେ ଉଡ଼ିଲା ଡ୍ରୋନ୍ । ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ହୋଇଥିବା ସତ୍ତ୍ୱେ ପ୍ରାୟ ଅଧଘଣ୍ଟା ଧରି ଉଡିଲା ଡ୍ରୋନ୍ । ପ୍ରଥମେ ମେଘନାଦ ପାଚେରୀ ଚାରିପଟେ ପରେ ଦଧିନଉତି ଉପରେ ଉଡ଼ିଲା ଡ୍ରୋନ୍ ।
ଏହା ପରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏବଂ ଏହାର ଚାରିପଟେ ମଧ୍ୟ ଉଡ଼ିଲା ଡ୍ରୋନ୍ । ଏଥିସହିତ ଏଣିକି ଶ୍ରୀମନ୍ଦିର ଚାରିପାଖ ୱାଚ୍ ଟାୱାର୍ରେ ପୋଲିସ ମୁତୟନ ହେବେ । ଏଥିପାଇଁ ଖୁବଶୀଘ୍ର ୪ଟି ୱାଚ୍ ଟାୱାର୍ରେ ପୋଲିସ ମୁତୟନ ବ୍ୟବସ୍ଥା ହେବ । ଯେଭଳି ଭବିଷ୍ୟତରେ କେହି ଯେମିତି ଡ୍ରୋନ ନଉଡ଼ାନ୍ତି ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ କହିରଖୁଛୁ, ଆଜି ଭୋର୍ ୪ଟା ୧୦ ମିନିଟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ତେବେ ନୋ ଫ୍ଲାଇଙ୍ଗ୍ ଜୋନ୍ରେ କିଏ ଓ କାହିଁକି ଡ୍ରୋନ୍ ଉଡାଇଲା, ତାହାର କାରଣ ଅସ୍ପଷ୍ଟ ରହିଛି। ଡ୍ରୋନ୍ ଟି ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ଉପରେ ବୁଲିଥିଲା । ଏହାପରେ ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଏବଂ ନୀଳଚକ୍ର ଉପରେ ମଧ୍ୟ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଡ୍ରୋନଟି ପୋଲିସ୍ କଣ୍ଟ୍ରାଲ ରୁମ୍ ରୁ ଆସିଛି କି କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
