Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗୋଟେ ପରେ ଗୋଟେ ଗୁମର ଖୋଲୁଛି। ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣାର ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ।

ଏହି ସମୟରେ ସେ ତାଙ୍କ ବାନ୍ଧବୀ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଶ୍ରୀମନ୍ଦିର ଓ ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥିଲେ । ତେବେ ଏହି ସମୟରେ ସେ ବୁଲିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ହେଲେ ଜ୍ୟୋତି ସେତେବେଳେ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଅଟକ ରହିଥିଲେ।ହେଲେ ପ୍ରିୟଙ୍କାଙ୍କ ଅନୁରୋଧ କ୍ରମେ ପୁରୀ ପୋଲିସ ଜ୍ୟୋତିଙ୍କୁ ଛାଡ଼ିଥିଲା।

ତେଣୁ ଏବେ ସନ୍ଦେହ ହେଉଛି, ଯେହେତୁ ଜ୍ୟୋତି ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ ଅଭିଯୋଗ ହୋଇଛି, ତେଣୁ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡାଇବା ନେଇ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନ ଥିଲା ତ? ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଆଇଏସଆଇ ପାଇଁ ଗୁପ୍ତଚର ଭାବେ କାମ କରୁଥିବାରୁ ଏବେ ଏହି ଘଟଣା ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି ନା ନାହିଁ ସେନେଇ ଖୋଳତାଡ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *