Thu. Mar 5th, 2026

ନ୍ୟୁଜ ଡେକ୍ସ : ପୁରୀରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହେବ। ବୈଠକରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଗଣତିମଣତି ନିମନ୍ତେ ଦିନ ଧାର୍ଯ୍ୟ କରିବା ବାବଦରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ରତ୍ନ ଭଣ୍ଡାର ଖୋଲିବା ଓ ଗଣତିମଣତି ପାଇଁ ସରକାର ପୂର୍ବରୁ ନିର୍ଦ୍ଧାରିତ ପ୍ରକ୍ରିୟାକୁ ମଂଜୁରୀ ଦେଇଛନ୍ତି। ଏହି ପ୍ରକ୍ରିୟାକୁ କିପରି କାର୍ଯ୍ୟକାରୀ କରାଯିବ ଓ ଏହା ସମ୍ପର୍କିତ ପଦକ୍ଷେପ କେମିତି ହେବ, ସେନେଇ ପରିଚାଳନା କମିଟିରେ ଆଲୋଚନା ହେବ।ଉଚ୍ଚ ନ୍ୟାୟାଳୟ ଆସନ୍ତା ତିନି ମାସ ମଧ୍ୟରେ ଗଣତିମଣତି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷିତରେ ଆଜିର ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ରତ୍ନ ଭଣ୍ଡାର ଗଣତିମଣତି ସମ୍ପର୍କିତ ଅନ୍ତିମ ସମ୍ମତି ଓ ପରବର୍ତ୍ତୀ କାର୍ଯ୍ୟଯୋଜନା ଏହି ବୈଠକରେ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *