Mon. Dec 23rd, 2024

ନ୍ୟୁଜ ଡେକ୍ସ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ନିକଟରେ ବାରହା ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ କଙ୍କିଳି ଗ୍ରାମ ମୁଣ୍ଡାସାହିର ସନ୍ତୋଷ ପଧାନ l ମୃତ ଯୁବକ ଜଣଙ୍କ ହେଲେ କଙ୍କିଳି ଗାଁ ମୁଣ୍ଡାସାହିର ସନ୍ତୋଷ ପ୍ରଧାନ।

ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟା ସମୟରେ ସନ୍ତୋଷ ନିଜ ପରିବାର ଲୋକଙ୍କ ସହ ନିଜ ଶ୍ୱଶୁର ଘର ଗୁଣ୍ଡିଚାନାଳି ଗ୍ରାମରୁ ନିଜ ଗାଁ କଙ୍କିଳି ଯାଉଥିଲେ। ଏହି ସମୟରେ ବାଉଁଶପାଳ ଗାଁ ନିକଟରେ ବାରହା ଶିକାର ପାଇଁ ବିଲରେ ବିଦ୍ୟୁତ ତାର ବିଛା ଯାଇଥିଲା। ସନ୍ତୋଷ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବନବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଥିବା ବାଉଁଶପାଳ ଗ୍ରାମରେ ବର୍ଷର ପ୍ରତ୍ୟେକ ସମୟରେ ବାରହା ଶିକାର କରାଯାଉଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁବରଣ କରିଥିବା ସନ୍ତୋଷଙ୍କ ଶବକୁ ପୁଲିସ ଜବତ କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *