ନ୍ୟୁଜ ଡେକ୍ସ: କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ । ଆଜିଠୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରମାଣ କରି ରାଷ୍ଟ୍ରପତି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ଅଧିବେଶନ ଆରମ୍ଭରୁ ମହାମହିମ ପ୍ରୟାଗରାଜ ସଙ୍ଗମ ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମୃତକଙ୍କ ପରିବାର ସମବେଦନା ଜଣାଇଛନ୍ତି ।
ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଏହି ବିକାଶ ଯାତ୍ରାରେ ମୋ ସରକାର ଅଦ୍ଭୂତପୂର୍ବ ଉପଲବ୍ଧି ଜରିଆରେ ନୂଆ ଉର୍ଜା ଦେଇଛି। ତୃତୀୟ କାର୍ଯ୍ୟକାଳରେ ୩ ଗୁଣା ଦ୍ରୁତ ଗତିରେ କାମ ହେଉଛି। ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ। ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ଦୃଢତାର ସହ ନିଷ୍ପତ୍ତି ନେଉଛି। ବଡ ନିର୍ଣ୍ଣୟ ଓ ନୀତି ଲାଗୁ ହେଉଛି। ସେହିପରି ମହାକୁମ୍ଭରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକକୁ ନେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମହିମହିମ ରାଷ୍ଟ୍ରପଦି ଦ୍ରୌପଦୀ ମୁର୍ମୁ ।
ସେହିପରି ନାରୀ ଶକ୍ତି କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ନାରୀ ଶକ୍ତିକୁ ମଜବୁତ କରିବା ପାଇଁ ସରକାର କାମ କରୁଛନ୍ତି। ସରକାରୀ ଯୋଜନାରୁ ଗରିବଙ୍କୁ ସମ୍ମାନ ମିଳୁଛି। ସବକା ସାଥ, ସବକା ବିକାଶ ମନ୍ତ୍ରରେ ସରକାର କାମ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷ ଏବଂ ତାଠୁ ଉର୍ଦ୍ଧ୍ଵ ବୟସ୍କ ୬ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ଝିଅମାନେ ଅଲମ୍ପିକରେ ଦେଶର ନାମ ରଖୁଛନ୍ତି।
