Sun. Feb 22nd, 2026

ନ୍ୟୁଜ ଡେକ୍ସ: ବେଲ୍ ସର୍ତ୍ତରେ ରାଜି ହେଲେନି । ଜେଲ୍ ଗଲେ ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋର । ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପାଟନା ଗାନ୍ଧୀ ମଇଦାନରେ ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ଗିରଫ କରିଥିଲା ପୋଲିସ । ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ନିଆଯାଇଥିଲା। ଏହାପରେ ପାଟନା ସିଭିଲ୍ କୋର୍ଟ ପ୍ରଶାନ୍ତ କିଶୋରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ।

ସର୍ତ୍ତ ଅନୁସାରେ ଭବିଷ୍ୟତରେ କୌଣସି ଧାରଣା ବା ପ୍ରଦର୍ଶନରେ ସାମିଲ ହୋଇପାରିବେନି ପିକେ । ତେବେ କୋର୍ଟଙ୍କ ସର୍ତ୍ତ ଅନୁସାରେ ବେଲ୍ ବଣ୍ଡରେ ଦସ୍ତଖତ କରିବାକୁ ମନା କରିଛନ୍ତି ପ୍ରଶାନ୍ତ କିଶୋର । ଯୁବକଙ୍କ ସହ ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ଯଦି ଦୋଷ ତେବେ ସେ ଜେଲ୍ ଯିବାକୁ ଉଚିତ୍ ମଣିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଜେଲରେ ବି ଆମରଣ ଅନଶନ ଜାରି ରଖିବେ ପିକେ । ପ୍ରଶାନ୍ତ କିଶୋରଙ୍କୁ ଆଜି ସକାଳେ ପୁଲିସ ଗିରଫ କରିଥିବା ବେଳେ ଏବେ ତାଙ୍କୁ ପାଟନା ସିଭିଲ୍ କୋର୍ଟରୁ ଜାମିନ ମିଳିଛି। ବିହାର ବିପିଏସ୍ପି ପ୍ରିଲିମ ପରୀକ୍ଷା ରଦ୍ଦ ଦାବିରେ ଅନିଶ୍ଚିତକାଳ ପାଇଁ ପାଟନା ଗାନ୍ଧୀ ମୈଦାନରେ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ। ଆଜି ଭୋରୁ ତାଙ୍କୁ ପୁଲିସ ଉଠାଇ ନେଇଥିଲା।

ପରେ ତାଙ୍କୁ ଗିରଫ କରାଯିବା ସହ ଗାନ୍ଧୀ ମୈଦାନକୁ ଖାଲି କରାଯାଇଥିଲା।ଗିରଫ ପରେ ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ପାଟନା ସିଭିଲ କୋର୍ଟରୁ ଜାମିନ ପାଇବା ସତ୍ତ୍ୱେ ପ୍ରଶାନ୍ତ କିଶୋର ବେଲ୍ ବଣ୍ଡ ଦେବାକୁ ରାଜି ନାହାନ୍ତି। ପି.କେ କହିଛନ୍ତି ଯେ ମୁଁ କୌଣସି ଅପରାଧ କରିନାହିଁ। ତେଣୁ ମୁଁ କାହିଁକି ବେଲ୍ ବଣ୍ଡ ଦେବି ବୋଲି ସେ ପ୍ରଶ୍ନ କରିଛନ୍ତି। ଓକିଲମାନେ ତାଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *