Mon. Dec 23rd, 2024

ନ୍ୟୁଜ ଡେକ୍ସ: ଗତକାଲି ଆମିଷ ବାର ନଥିଲା । ଆଜି ରବିବାର ଥିବାରୁ ଜମିବ ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି । ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ ।

ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି।ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଛି । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ବାରିପଦା ଦେଶୀ ଚିକେନ କେଜିକୁ ୫୫୦ ଟଙ୍କା ଥିବାବେଳେ ବ୍ରୟଲର ୨୪୦, ମଟନ ୮୦୦, ଖଇଙ୍ଗା ମାଛ ୫୦୦, କଳା ପାମ୍ପ୍ଲେଟ ୪୫୦, ରୂପ ଚାନ୍ଦି ୨୫୦, ପାମ୍ପ୍ଲେଟ ୧ ହଜାର, ବଡ଼ ଚିଙ୍ଗୁଡ଼ି ୫୫୦ ରହିଛି ।

ସେହିପରି ବଡ଼ କଣ୍ଟାଲ ଚିଙ୍ଗୁଡ଼ି ୬୦୦ ଟଙ୍କା , ବଡ଼ କଙ୍କଡା ୩ ହଜାର ଟଙ୍କା, ଚିଲିକା ଗ୍ରୀନ କଙ୍କଡା ୨୨ଶହ, ରେଡ଼ କଙ୍କଡା ୮୫୦, ଭେକଟି ୫୫୦, ଟାଇଗର ବାଗଦା ଚିଙ୍ଗୁଡ଼ି ୧ ହଜାର, ନଈ ଚିଙ୍ଗୁଡ଼ି ୫୦୦ ଟଙ୍କା ରହିଛି । ଭାକୁର କେଜି ୨୦୦ ଟଙ୍କା, ରୋହି ୧୮୦, ଝୁଡୁଙ୍ଗ ମାଛ ୨୬୦, ସୁରୁଙ୍ଗି ୪୦୦ ଓ ମହୁରାଲି ୩୨୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *