Thu. Oct 23rd, 2025

ନ୍ୟୁଜ ଡେକ୍ସ: ସକାଳେ ଖରା, ଅପରାହ୍ଣରେ ବର୍ଷା । ଏନେଇ ପାଣିବିଭାଗ ପକ୍ଷରୁ ସତର୍କବାଣୀ । ଆଜି 11ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ରାଜ୍ୟରେ ବଢିପାରେ ତାପମାତ୍ରା ।

ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ । ଏହି ସବୁ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୁରୀ, ଜଗତସିଂପୁର, କେନ୍ଦ୍ରପଡ଼ା ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଝଡ଼ବର୍ଷା, ବଜ୍ରପାତ ସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସାଧାରଣ ଲୋକଙ୍କୁ ସୁରକ୍ଷା ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତି।

Leave a Reply

Your email address will not be published. Required fields are marked *