ନ୍ୟୁଜ ଡେକ୍ସ: ଗେଟ ବଜାର ରେଡ୍ଡୀ ଗ୍ୟାରେଜ ନିକଟରେ ଥିବା ଇଭି ଗାଡି ଶୋ’ରୁମ୍ରେ ଲାଗିଲା ନିଆଁ । ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । କ୍ଷୟକ୍ଷତି ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳି ନାହିଁ ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ଇଭି ଶୋ’ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଦୁଇ ମହଲା କୋଠାରେ ଇଭି ଶୋ’ ରୁମ କରାଯାଇଥିଲା। ନିଆଁ ଲାଗିବା ପରେ ତଳ ମହଲାରୁ ଗାଡ଼ି ଗୁଡ଼ିକ ବାହାର କରି ଦିଆଯାଇଥିବା ବେଳେ ଉପର ମହଲାରେ ଗାଡ଼ି ଗୁଡ଼ିକ ରହିଛି। ପ୍ରବଳ ଧୂଆଁ ବାହାରୁଥିବା ହେତୁ ଦ୍ୱିତୀୟ ମହଲାକୁ ଯିବା ସମ୍ଭବପର ହେଉ ନାହିଁ। ସର୍ଟସର୍କିଟରୁ ଶୋ’ ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
