Thu. Oct 23rd, 2025

ନ୍ୟୁଜ ଡେକ୍ସ : ଏବେ ଚାରିଆଡେ ବୁଲା କୁକୁରଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସୁପ୍ରିମକୋର୍ଟ ମଧ୍ୟ ଗତ ୧୧ ତାରିଖରେ ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ଦିନ କୁକୁରଙ୍କ ଆତଙ୍କ ବଢୁଥିବା ବେଳେ ଏହା ଭିତରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କ ଉପରେ ତଥ୍ୟ ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ବୁଲା କୁକୁର ସବୁ ଜାଗାରେ ଅଛନ୍ତି। ଭୁବନେଶ୍ୱରରେ କିଛି ମାତ୍ରାରେ ବଢ଼ିଛନ୍ତି। ୨ ବର୍ଷ ହେଲା କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା। ହେଲେ ଗତ ମେ’ ମାସରୁ ଏହା ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, ସବୁ ବୁଲା କୁକୁର ଲୋକଙ୍କୁ କାମଡନ୍ତିନି ସେମାନଙ୍କ ମଧ୍ୟରେ ବହୁତ ଭଲ ବି ଅଛନ୍ତି, ଯୋଉମାନେ କେବଳ ପାଗଳ ହୋଇଥାନ୍ତି ସେମାନେ କ୍ଷତି ପହଞ୍ଚାଇଥାନ୍ତି । ସେଭଳି କ୍ଷେତ୍ରରେ ଆମକୁ କଲ୍ ଆସିଲେ ସେଠି ଆମ ଟିମ୍ ପହଞ୍ଚୁଛନ୍ତି ।

Leave a Reply

Your email address will not be published. Required fields are marked *