ନ୍ୟୁଜ ଡେକ୍ସ : ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରାଉଣ୍ଡରେ ଯାହା କିଛି ସମସ୍ୟା ଅଛି ତାକୁ ଆମ ଦୃଷ୍ଟିଗୋଚରକୁ ଆଣନ୍ତୁ। ସେ ସମ୍ପର୍କରେ ସଠିକ୍ ରିପୋର୍ଟିଂ କରନ୍ତୁ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି। ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଆହ୍ବାନ ଦେଇଛନ୍ତି।
ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ୍ ରିପୋର୍ଟିଂ କରନ୍ତୁ। ରାଜ୍ୟର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି। ତେଣୁ ଯାହା ଆବଶ୍ୟକତା ରହୁଛି ତାହାକୁ ଦେଖି ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ମନୋଜ ଆହୁଜା।
