ନ୍ୟୁଜ ଡେକ୍ସ: ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କଫ୍ ସିରପ୍ ଭର୍ତ୍ତି ଥିବା ୨ଟି ପେଟି ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।
ସମ୍ବଲପୁର ଏସ୍ପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ତେବେ ସୂଚନା ମୁତାବକ, ଟାଉନ୍ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡା । ମାଲଖାନାରୁ ଜବତ ୨ ପେଟି କଫ୍ ସିରଫ୍ ସେ ଚୋରି କରିଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ ।
ଅଭିଯୋଗକୁ ଭିତ୍ତି କରି ସମ୍ବଲପୁର ଏସପି ତଦନ୍ତ କରି ଏଏସଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି । କିଛି ଦିନ ତଳେ କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍ ପଣ୍ଡା ।
