ନ୍ୟୁଜ ଡେକ୍ସ: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଏଥିପାଇଁ ଆଜି ସମ୍ବଲପୁରରେ ଗଡୁନି ମୋ ବସ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମୋ ବସ୍ ଗାଡି ଚଳାଚଳ ବ୍ୟାହତ ହୋଇଛି ।
ସୂଚନା ମୁତାବକ, ମୋ ବସ୍ ରେ ପ୍ରବଳ ଭିଡ ହେଉଥିବାରୁ ଟିକେଟ୍ କାଟିବାକୁ ଅସୁବିଧା ହେବା ସହ ଅନେକ ସମୟରେ ସେମାନଙ୍କ ଦରମା କାଟ୍ ହେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଶହ ଶହ ଲୋକ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବାକୁ ମୋ ବସ୍ ଉପରେ ନିର୍ଭର କରନ୍ତି। ଆଜି ସହରରେ ମୋ ବସ୍ ସେବା ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେପଟେ ଯଥାଶୀଘ୍ର ଏସବୁ ସମସ୍ୟାର ସାମଧାନ ନହେଲେ , ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।
ଏହାବ୍ୟତୀତ ମୋ’ ବସ୍ରେ ବର୍ତ୍ତମାନ ପ୍ରବଳ ଭିଡ଼ ହେଉଥିବାରୁ ବସ୍ ମଧ୍ୟରେ ବୁଲିବୁଲି ଟିକେଟ୍ କାଟିବାରେ କଣ୍ଡକ୍ଟର ଓ ଗାଇଡ୍ମାନେ ମଧ୍ୟ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ମୋ’ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ବସ୍ ଚଳାଚଳ ବନ୍ଦ ରଖି ସିଆରୟୁଟି ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମୋ’ବସ୍ ଗାଇଡ୍। ଫଳରେ ସମ୍ବଲପୁର ସହରରେ ଆଜି ସକାଳୁ ମୋ’ ବସ୍ ସେବା ବନ୍ଦ ରହିଛି। ତେବେ ସମସ୍ୟାର ସମାଧାନ ନ ହେବା ର୍ପଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରହିବ ବୋଲି ଗାଇଡ୍ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।