Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ । ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍‌ଙ୍କୁ ଚିଠି ଲେଖାଯାଇଛି । ଜୁନ୍ ୨୫ରେ ଦେଶବ୍ୟାପୀ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । ଏମର୍ଜନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ କରାଯିବ ସଚେତନ । ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା । କାର୍ଯ୍ୟକ୍ରମରେ ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବେ ଆଲୋଚନା ।

ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ସଚେତନ କାର୍ଯ୍ୟକ୍ରମ । ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଜରୁରୀକାଳୀନ ପରିସ୍ଥିତିର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *